ଏବ୍ରୀମାନଙ୍କ ନିକଟକୁ ପତ୍ର

ଅଧ୍ୟାୟ: 1 2 3 4 5 6 7 8 9 10 11 12 13


-Reset+

ଅଧ୍ୟାୟ 1

1 ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।
2 କିନ୍ତୁ ଏହି ଶଷେ ସମୟରେ ପରମେଶ୍ବର ଆପଣା ପୁତ୍ରଙ୍କ ଦ୍ବାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ବାରା ସାରା ବିଶ୍ବ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସହେି ପୁତ୍ର ପରମେଶ୍ବରଙ୍କ ମହିମା ପ୍ରକାଶ କରନ୍ତି।
3 ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।
4 ପରମେଶ୍ବର ତାହାଙ୍କୁ ସମସ୍ତ ସ୍ବର୍ଗଦୂତମାନଙ୍କ ଅପେକ୍ଷା ଅତ୍ଯଧିକ ଉତ୍କୃଷ୍ଟ ନାମ ଦେଲେ, ତେଣୁ ସେ ଯେ କୌଣସି ସ୍ବର୍ଗଦୂତଙ୍କ ଠାରୁ ମଧ୍ଯ ଅଧିକ ମହାନ୍ ହାଇେଅଛନ୍ତି।
5 ଆହୁରି ମଧ୍ଯ ସେ କୌଣସି ସ୍ବର୍ଗଦୂତଙ୍କୁ କହି ନ ଥିଲେ ଯେ :
6 ଓ ଯେତବେେଳେ ପରମେଶ୍ବର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ଯକୁ ଆଣିବେ, ସହେି ସମୟକୁ ଲକ୍ଷ୍ଯ କରି ସେ କହନ୍ତି :
7 ନିଜର ସ୍ବର୍ଗଦୂତମାନଙ୍କ ବିଷୟ ରେ ପରମେଶ୍ବର କହିଛନ୍ତି :
8 କିନ୍ତୁ ପରମେଶ୍ବର ନିଜ ପୁତ୍ର ବିଷୟ ରେ କୁହନ୍ତି :
9 ତୁମ୍ଭେ ଧାର୍ମିକତାକୁ ଭଲ ପାଅ, ଓ ତୁମ୍ଭେ ଭୁଲକୁ ଘୃଣା କର। ଅତଏବ ପରମେଶ୍ବର, ତୁମ୍ଭ ପରମେଶ୍ବର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ପ୍ରଦାନ କରିଛନ୍ତି।"
10 ପରମେଶ୍ବର ଏହା ମଧ୍ଯ କହନ୍ତି :
11 ଏହି ବିଷୟ ଗୁଡ଼ିକ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ଯସ୍ଥାଯୀ। ସମସ୍ତ ବିଷୟ ବସ୍ତ୍ରଭଳି ପୁରୁଣା ହାଇଯେିବ।
12 ତୁମ୍ଭେ ଚାଦର ଭଳି ସହେିସବୁ ଗୁଡ଼ାଇବ ଓ ସମାନେେ ବସ୍ତ୍ର ଭଳି ପରିବର୍ତ୍ତିତ ହବେେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶଷେ ହବେ ନାହିଁ।"
13 ପରମେଶ୍ବର କବେେ ହେଲେ କୌଣସି ସ୍ବର୍ଗଦୂତକୁ କହିଛନ୍ତି କି ଯେ :
14 ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।




ଅଧ୍ୟାୟ 2

1 ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟ ରେ ଅଧିକ ମନୋୟୋଗୀ ହବୋ ଦରକାର, ନଚେତ୍ ସତ୍ଯମାର୍ଗରୁ ବିଚଳିତ ହାଇେ ପଥଭ୍ରଷ୍ଟ ହବେୁ।
2 ସ୍ବର୍ଗଦୂତମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିବା ଶିକ୍ଷା ସତ୍ଯ ବୋଲି ଦଖାଇେ ଦିଆଗଲା। ପ୍ରେତ୍ୟକକ ଥର ୟିହୁଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତବେେଳେ ସହେି ଶିକ୍ଷାକୁ ସମାନେେ ଅବମାନନା କଲେ, ସମାନେେ ଦଣ୍ଡିତ ହେଲେ।
3 ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବ ହଳୋ କଲେ, ଆମ୍ଭେ ମଧ୍ଯ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ଯକ୍ତି, ୟିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟ ରେ କହିଲେ। ଯେଉଁମାନେ ଶୁଣିଲେ, ସମାନେେ ଆମ୍ଭକୁ ଏହାର ସତ୍ଯତା ପ୍ରମାଣ କରି ଦଖାଇେ ଦେଲେ। ଆଶ୍ଚର୍ୟ୍ଯ କର୍ମ, ନାନାଦି ଚିହ୍ନ ଓ ଅନକେ ପ୍ରକାରର ଅଦ୍ଭୁତ
4 କର୍ମ ଦ୍ବାରା ପରମେଶ୍ବର ମଧ୍ଯ ଏହାର ପ୍ରମାଣ ଦେଲେ। ପରମେଶ୍ବର ଆପଣା ଇଚ୍ଛାନୁସା ରେ ପବିତ୍ର ଆତ୍ମାଙ୍କ ଅନ୍ଯାନ୍ଯ ଦାନ ଦ୍ବାରା ଏହା ପ୍ରମାଣିତ କରିଅଛନ୍ତି।
5 ଯେଉଁ ଭାବୀଜଗତ ବିଷୟ ରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ବର ଦୂତମାନଙ୍କୁ ବାଛି ନାହାନ୍ତି।
6 ଶାସ୍ତ୍ର ରେ କୌଣସି ସ୍ଥାନ ରେ ଏପରି ଲଖାେ ଅଛି :
7 ତୁମ୍ଭେ ସ୍ବର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ଯୁନ କରିଅଛ ? ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
8 ଓ ପ୍ରେତ୍ୟକକ ବିଷୟ ତା' ନିୟନ୍ତ୍ରଣ ରେ ରଖିଅଛ।" ଗୀତସଂହିତା 8:4-6
9 ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ବର୍ଗଦୂତମାନଙ୍କ ଠାରୁ ନିମ୍ନ ସ୍ତର ରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ଯୁ ଅଟେ। ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଯୀଶୁ ପ୍ରେତ୍ୟକକ ଲୋକଙ୍କ ପାଇଁ ମୃତ୍ଯୁ ବରଣ କଲେ।
10 ପରମେଶ୍ବର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଦିଷ୍ଟ। ଅନକେ ଲୋକ ଯେପରି ତାହାଙ୍କ ଗୌରବ ରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ଯମ ରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦଖାଇେଲେ।
11 ତେଣୁ ୟିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁ ହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସମାନଙ୍କେୁ ନିଜ ଭାଇ ଓ ଭଉଣୀ ଡ଼ାକିବା ରେ ଲଜ୍ଜା ବୋଧ କରନ୍ତି ନାହିଁ। ଯୀଶୁ କୁହନ୍ତି :
12 " ହେ ପରମେଶ୍ବର, ମୁଁ ମାରେ ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟ ରେ କହିବି। ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗ ରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।" ଗୀତିସଂହିତା 22:22
13 ସେ ଆହୁରି କହନ୍ତି :
14 ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
15 ମୃତ୍ଯୁ ଭୟ ରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କଲେ।
16 କାରଣ ପ୍ରକୃତ ରେ ଯୀଶୁ ସ୍ବର୍ଗଦୂତମାନଙ୍କ ପ୍ରତି ମନ ଯୋଗୀ ନ ହାଇେ ଅବ୍ରହାମର ସନ୍ତାନମାନଙ୍କୁ ସାହାୟ୍ଯ କରନ୍ତି।
17 ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
18 ଯୀଶୁ ପରୀକ୍ଷିତ ହାଇେ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ସକ୍ଷମ ଅଟନ୍ତି।




ଅଧ୍ୟାୟ 3

1 ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
2 ପରମେଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମାଶାଙ୍କେ ପରି ଯୀଶୁ ମଧ୍ଯ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ। ଈଶ୍ବରଙ୍କ ଗୃହ ରେ ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ ସେ କଲେ।
3 ଯେତବେେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନା ରେ ସହେି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ମାଶାଙ୍କେ ତୁଳନା ରେ ଯୀଶୁ ଅଧିକ ସମ୍ମାନର ଯୋଗ୍ଯ।
4 ପ୍ରେତ୍ୟକକ ଘର କୌଣସି ଲୋକ ଦ୍ବାରା ନିର୍ମିତ।
5 କିନ୍ତୁ ପରମେଶ୍ବର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ବରଙ୍କ ଗୃହ ରେ ମାଶାେ ଜଣେ ସବେକ ରୂପେ ବିଶ୍ବସ୍ତ ଥିଲେ। ପରମେଶ୍ବର ଭବିଷ୍ଯତ ରେ ଯାହା କିଛି କହିବେ, ସେ ଲୋକମାନଙ୍କୁ ସହେି କଥା କହିଥିଲେ।
6 କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ବରଙ୍କ ଗୃହର ତତ୍ତ୍ବାବଧାନ ରେ ବିଶ୍ବସ୍ତ ଥିଲେ। ଆମ୍ଭେ ବିଶ୍ବାସୀଗଣ ପରମେଶ୍ବରଙ୍କ ଗୃହ ପରିବାର ସ୍ବରୂପ ଅଟୁ। ଯଦି ଆମ୍ଭେ ସହେି ମହତ୍ ଆଶାର ଅପେକ୍ଷା ରେ ଦୃଢ଼ ଓ ଅଟଳ ରହିବା, ତା' ହେଲେ ଆମ୍ଭ ଅନ୍ତର ରେ ପରମେଶ୍ବର ବାସ କରିବେ।
7 ଅତଏବ ପବିତ୍ର ଆତ୍ମା କୁହନ୍ତି :
8 ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
9 ଗ୍ଭଳିଷ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମାରେ କାର୍ୟ୍ଯ ଗୁଡ଼ିକ ଦେଖିଲେ। ତଥାପି ସମାନେେ ମାେ ର୍ଧୈୟ୍ଯର ପରୀକ୍ଷା ନେଲେ।
10 ସେଥିପାଇଁ ମୁଁ ସହେି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ ଅଟେ। ସମାନେେ ମାରେ ମାର୍ଗ ବୁଝନ୍ତି ନାହିଁ।
11 ଅତଏବ ମୁଁ କୋର୍ଧ ରେ ପ୍ରତିଜ୍ଞା କରି କହିଥିଲି - " ସେ ଲୋକମାନେ କବେେ ହେଲେ ମାରେ ବିଶ୍ରାମସ୍ଥଳ ରେ303 ପ୍ରବେଶ କରିବେ ନାହିଁ।"' ଗୀତସଂହିତା
9 5:7-11
12 ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।
13 କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। "ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।
14 କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ବାସ ଥିଲା, ତାହା ଯଦି ଶଷେ ପର୍ୟ୍ଯନ୍ତ ବଜାୟ ରଖିବ, ତାହାହେଲେ ଯୀଶୁଖ୍ରୀଷ୍ଟଙ୍କ ସମସ୍ତ ଅଧିକାର ରେ ସହଭାଗୀ ହବେ।
15 ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :
16 ପରମେଶ୍ବରଙ୍କ ବାକ୍ଯ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ ? ଯେଉଁମାନେ ମାଶାଙ୍କେ ଦ୍ବାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସହେି ଲୋକ ଅଟନ୍ତି।
17 ପରମେଶ୍ବର ଚାଳିଶ ବର୍ଷ ଧରି ତାହା ପ୍ରତି କୋରଧ କରିଥିଲେ ? ଯେଉଁମାନେ ପାପ କରିଥିଲେ ସମାନଙ୍କେ ପ୍ରତି ପରମେଶ୍ବର କୋରଧ କରିଥିଲେ। ସମାନେେ ମରୁଭୂମିରେ ମଲେ।
18 ପରମେଶ୍ବରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ? ପରମେଶ୍ବରଙ୍କ ଆଜ୍ଞାର ଅବାଧ୍ଯ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ।
19 ଅତଏବ ଆମ୍ଭେ ଦେଖୁଛୁ ଯେ, ସମାନେେ ନିଜ ଅବିଶ୍ବାସ ହତେୁ ସଠାେରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।




ଅଧ୍ୟାୟ 4

1 ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍।
2 କାରଣ ସମାନଙ୍କେ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସପରେି ସୁସମାଚାର କୁହାୟାଇଅଛି, କିନ୍ତୁ ସମାନେେ ଶୁଣି ମଧ୍ଯ ତାହାକୁ ବିଶ୍ବାସପୂର୍ବକ ନିଜସ୍ବ ନ କରିବାରୁ ସମାନଙ୍କେ ପକ୍ଷ ରେ ସୁସମାଚାର ଲାଭଜନକ ହେଲା ନାହିଁ।
3 ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :
4 ଶାସ୍ତ୍ରର କୌଣସି ସ୍ଥାନ ରେ ପରମେଶ୍ବର ସପ୍ତାହର ସପ୍ତମ ଦିନ ବିଷୟ ରେ କହିଛନ୍ତି : "ସପ୍ତମ ଦିନ ରେ ପରମେଶ୍ବର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।"304
5 ପରମେଶ୍ବର ଆଉ ଏକ ଶାସ୍ତ୍ର ରେ କହିଛନ୍ତି : " ସହେି ଲୋକମାନେ କବେେ ହେଲେ ମାରେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବେ ନାହିଁ।"305
6 ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଚାର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ୟୋଗୁ ସମାନେେ ବିଶ୍ରାମସ୍ଥଳ ରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ଯ କବେେ ଲୋକ ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ବର ଆଉ ଗୋଟିଏ ବିଶଷେ ଦିନ ଅର୍ଥାତ୍ 'ଆଜିଦିନ'306 ନିରୂପଣ କଲେ।
7 ଏହି ଦିନଟି ବିଷୟ ରେ ପରମେଶ୍ବର ବହୁତ ଦିନ ପରେ ଦାଉଦଙ୍କ ମାଧ୍ଯମ ରେ କହିଛନ୍ତି। ସହେି ଶାସ୍ତ୍ର ରେ ଆମ୍ଭେ ପୂର୍ବରୁ କହିଛୁ :
8 ଆମ୍ଭେ ଜାଣି ଯେ ୟିହୋଶୂୟ ଲୋକଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନଇଯାେଇ ନ ଥିଲେ। ଯଦି ସେ ନଇେଥାନ୍ତେ, ତବେେ ପରମେଶ୍ବର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ 'ଆଜି' ବୋଲି ଘାଷେଣା କରି ନ ଥାନ୍ତେ।
9 ଏହା ପ୍ରମାଣିତ କରେ ଯେ, ପରମେଶ୍ବରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି।
10 ପରମେଶ୍ବର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ବରଙ୍କ ପରି ମନୁଷ୍ଯ ଆପଣା କାର୍ୟ୍ଯ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।
11 ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।
12 ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖ"ଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।
13 ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।
14 ପୁତ୍ର ପ୍ରଭୁ ଯୀଶୁ ପରମେଶ୍ବରଙ୍କ ସହିତ ରହିବା ପାଇଁ ସ୍ବର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାୟାଜକ।
15 ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।
16 ଆମ୍ଭମାନେେ ଉପୟୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।




ଅଧ୍ୟାୟ 5

1 ପ୍ରେତ୍ୟକକ ୟିହୁଦୀ ମହାୟାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ବରଙ୍କୁ ଆପଣା ପାପ ନିମନ୍ତେ ନବୈେଦ୍ଯ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସହେି ମହାୟାଜକ ଲୋକମାନଙ୍କୁ ସାହାୟ୍ଯ କରନ୍ତି।
2 ଅନ୍ୟ ଲୋକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦଖାଇବୋକୁ ସମର୍ଥ।
3 ମହାୟାଜକ ଅନ୍ଯଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ଯ ଦୁର୍ବଳତା ଥିବା ହତେୁରୁ ସେ ମଧ୍ଯ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
4 ମହାୟାଜକ ହବୋ ଏକ ସମ୍ମାନର ବିଷୟ। କିନ୍ତୁ କହେି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ବରଙ୍କ ଦ୍ବାରା ଆହୂତ ହବୋକୁ ପଡ଼ିବ, ଯେପରି ହାରୋଣ ଆହୂତ ହାଇେଥିଲେ।
5 ଖ୍ରୀଷ୍ଟ ମଧ୍ଯ ସହେି ଡ଼କା ହାଇେଥିଲେ। ସେ ପରମେଶ୍ବରଙ୍କ ଦ୍ବାରା ସେ ମନୋନୀତ ହାଇେଥିଲେ। ପରମେଶ୍ବର ତାହାଙ୍କୁ କହିଲେ :
6 ଅନ୍ୟ ଗୋଟିଏ ସ୍ଥାନ ରେ ପରମେଶ୍ବର କୁହନ୍ତି :
7 ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।
8 ଯୀଶୁ ପରମେଶ୍ବରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ବାରା ଆଜ୍ଞା ବହତା ଶିଖିଲେ।
9 ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।
10 ପରମେଶ୍ବର ମଲକୀଷଦକଙ୍କେ ଭଳି ଯୀଶୁଙ୍କୁ ମହାୟାଜକ ରୂପେ ବାଛିଲେ।
11 ଏ ବିଷୟ ରେ ଆମ୍ଭର ତୁମ୍ଭମାନଙ୍କୁ ଅନକେ କଥା କହିବା ପାଇଁ ଅଛି। କିନ୍ତୁ ଯେ ହତେୁ ତୁମ୍ଭମାନେେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର।
12 ବର୍ତ୍ତମାନ ପର୍ୟ୍ଯନ୍ତ ଯେତିକି ସମୟ ଅତିବାହିତ ହାଇେ ଗଲାଣି, ତୁମ୍ଭମାନେେ ଉପଦେଶକ ହାଇେ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ବରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭମାନେେ ଏବେ ମଧ୍ଯ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭମାନେେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହାଇେ ନାହଁ।
13 ଯେ କବଳେ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ଯକ୍ତି ଉଚିତ ଶିକ୍ଷା କ'ଣ ତାହା ଜାଣି ନାହିଁ। ସମାନେେ ଭଲ ଓ ମନ୍ଦର ପାର୍ଥକ୍ଯ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି।
14 କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।




ଅଧ୍ୟାୟ 6

1 ଅତଏବ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍ଭେ ଯେଉଁସବୁ କାର୍ୟ୍ଯ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚାତପଦ ହବୋ ନାହିଁ। ଯେତବେେଳେ ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍ଭମାନେେ ମନ୍ଦକର୍ମରୁ ବିମୁଖ ହାଇେ ପରମେଶ୍ବରଙ୍କଠା ରେ ବିଶ୍ବାସ କଲୁ।
2 ସେତବେେଳେ ଆମ୍ଭେ ବାପ୍ତିସ୍ମ ବିଷୟ ରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟ ରେ, ମୃତ୍ଯୁରୁ ପୁନରୁତ୍ଥିତ ହବୋ ବିଷୟ ରେ ଓ ଶଷେ ବିଚାର ବିଷୟ ରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହବୋ ଉଚିତ୍।
3 ହଁ ଯଦି ପରମେଶ୍ବର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।
4 ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦଲୋ ପରେ କ'ଣ ତୁମ୍ଭମାନେେ ସମାନଙ୍କେ ଜୀବନ କବେେ ପରିବର୍ତ୍ତନ କରି ପାରିବ ? ଯେଉଁମାନେ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ ସମାନଙ୍କେୁ ଏହା କହୁଛି। ସମାନେେ ପରମେଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ ହାଇେଛନ୍ତି। ସମାନେେ ପରମେଶ୍ବରଙ୍କ କଥା ଶୁଣିଲେ ଓ ପରମେଶ୍ବରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସମାନେେ ତହିଁର ଉତ୍ତମତା ଜୀବନ ରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ଯ ସମାନେେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସମାନେେ ଯୀଶୁଙ୍କୁ ପୁନର୍ବାର କୃଶ ରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସମାନେେ ସମସ୍ତଙ୍କ ଆଗ ରେ ଯୀଶୁଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
5
6
7 ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ଯ ଉତ୍ପନ୍ନ କରିବା ନିମନ୍ତେ ସହେି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସହେି କ୍ଷେତ୍ର ଲୋକମାନଙ୍କ ପାଇଁ ଉପ ଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ବରଙ୍କର ଆଶୀର୍ବାଦ ପାଏ।
8 କିନ୍ତୁ ଯଦି ସହେି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା' ହେଲେ ତାହା ଅକାମୀ ଅଟେ। ସହେି ଭୂମି ପରମେଶ୍ବରଙ୍କ ଦ୍ବାରା ଅଗ୍ରାହ୍ଯ ହାଇେ ଅଭିଶପ୍ତ ହୁଏ, ଓ ଶଷେ ରେ ତାହା ଅଗ୍ନି ଦ୍ବାରା ବିନଷ୍ଟ ହବେ।
9 ପ୍ରିୟ ମିତ୍ରଗଣ! ଆମ୍ଭେ ତୁମ୍ଭମାନଙ୍କୁ ଏହି କଥା କହୁଛୁ। କିନ୍ତୁ ପ୍ରକୃତ ରେ ଆମ୍ଭେ ତୁମ୍ଭମାନଙ୍କଠାରୁ ଅଧିକ ଉତ୍ତମ ବିଷୟ ଆଶା କରୁ। ଆମ୍ଭେ ନିଶ୍ଚିତ ଯେ ତୁମ୍ଭମାନେେ ପରିତ୍ରାଣର କଥା ଆମ୍ଭକୁ କହିବ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଯେଉଁ ପ୍ ରମେଭାବ ପ୍ରଦର୍ଶିତ କରିଛ, ସହେି ଭଲ କାମକୁ ପରମେଶ୍ବର ସଦାସର୍ବଦା ମନେ ରଖିବେ।
10 ପରମେଶ୍ବର ହେଉଛନ୍ତି ନ୍ଯାଯୀ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଚାଲିଛ, ଏକଥା ସେ ମନେ ରଖିବେ।
11 ଆମ୍ଭେ ଚାହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା ସହେି ଭଳି କଠାେର ପରିଶ୍ରମ କରୁଥାଅ। ତବେେ ତୁମ୍ଭମାନେେ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ।
12 ତୁମ୍ଭମାନେେ ଆଳସ୍ଯପରାୟଣ ନ ହାଇେ ଯେପରି ପରମେଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହାଇେଥିବା ଲୋକମାନଙ୍କ ପରି ହୁଅ, ଏକଥା ଆମ୍ଭେ ଚାହୁଁ। ସମାନେେ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ ହତେୁରୁ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।
13 ପରମେଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ। ପରମେଶ୍ବରଙ୍କ ବ୍ଯତୀତ ମହାନ ଲୋକ ଆଉ କହେି ନାହାଁନ୍ତି। ଅତଏବ ପରମେଶ୍ବର ନିଜ ନାମ ରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି।
14 ପରମେଶ୍ବର କହିଲେ : "ମୁଁ ଅବଶ୍ଯ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।"307
15 ଅବ୍ରହାମ ର୍ଧୈୟ୍ଯପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ବରଙ୍କ ପ୍ରତିଜ୍ଞାନୁସା ରେ ଫଳପ୍ରାପ୍ତ ହେଲେ।
16 ମନୁଷ୍ଯମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନଇେ ଶପଥ କରିଥାନ୍ତି। ଏହା ଦ୍ବାରା ସମାନଙ୍କେର କଥାର ସତ୍ଯତା ପ୍ରମାଣିତ ହୁଏ ଓ ସମାନଙ୍କେ ବିବାଦର ନିଷ୍ପତ୍ତି ହୁଏ।
17 ପରମେଶ୍ବର ନିଜ ପ୍ରତିଜ୍ଞାର ସତ୍ଯତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସମାନଙ୍କେୁ ସ୍ପଷ୍ଟ ଭାବରେ ବୁଝାଇ ଦବୋକୁ ଚାହିଁଲେ ଯେ ତାଙ୍କର ଯୋଜନା ରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ବର ଯାହା କହନ୍ତି, ତାହା ନିଶ୍ଚିତ ହବେ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ଯ କରନ୍ତି।
18 ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
19 ଆମ୍ଭର ସହେି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢୁଆଳ ରେ ଥିବା ପବିତ୍ର ସ୍ଥାନ ରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରେଖ।
20 ଯୀଶୁ ଆଗରୁ ସଠାେକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲକୀଷଦକଙ୍କେ ଭଳି ଯୀଶୁ ଅନନ୍ତକାଳୀନ ମହାୟାଜକ ଅଟନ୍ତି।




ଅଧ୍ୟାୟ 7

1 ମଲ୍କୀଷଦକେ ଶାଲମରେ ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ବରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫରେିଲା ବେଳେ ମଲ୍କୀଷଦକେ ଅବ୍ରହାମଙ୍କୁ ଦଖାେକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
2 ୟୁଦ୍ଧ ରେ ଜିତି ଅବ୍ରହାମ ଯାହା ପାଇଥିଲେ ତା'ର ଏକ ଦଶମାଂସ ସେ ମଲ୍କୀଷଦକଙ୍କେୁ ଦେଲେ। ମଲ୍କୀଷଦକେ ନାମର ଅର୍ଥ : ପ୍ରଥମଟି ହେଉଛି "ଧର୍ମରାଜା" ଓ ଦ୍ବିତୀୟଟି ହେଲା "ଶାଲମରେ ରାଜା" ଅର୍ଥାତ୍ "ଶାନ୍ତିର ରାଜା"।
3 କହେି ହେଲେ ମଲ୍କୀଷଦକଙ୍କେ ପିତା କି ମାତାଙ୍କ ବିଷୟ ରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କବେେ ଜନ୍ମଗ୍ରହଣ କଲେ, ଓ କବେେ ମଲେ ତା'ମଧ୍ଯ କହେି ଜାଣନ୍ତି ନାହିଁ। ମଲ୍କୀଷଦକେ ପରମେଶ୍ବରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହାଇେ ରହିଛନ୍ତି।
4 ମଲ୍କୀଷଦକେ କେତେ ମହାନ୍ ବ୍ଯକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ୟୁଦ୍ଧ ରେ ଯାହା କିଛି ଜିତି ଥିଲେ ତାର ଏକ ଦଶମାଂଶ ମଲ୍କୀଷଦକଙ୍କେୁ ଦେଲେ।
5 ବ୍ଯବସ୍ଥା ଅନୁସାରେ ଲବେୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜେଲାକ ୟିହୁଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି।
6 ମଲ୍କୀଷଦକେ ଲବେୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
7 ସମସ୍ତେ ଜାଣନ୍ତେ ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
8 ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସମାନେେ ସାଧାରଣ ମନୁଷ୍ଯ ପରି ବଞ୍ଚି ପରିଶଷେ ରେ ମୃତ୍ଯୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷଦକେ ଶାସ୍ତ୍ର ଅନୁସାରେ ଏବେ ମଧ୍ଯ ଜୀବିତ।
9 ଲବେୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତବେେଳେ ଅବ୍ରହାମ ମଲ୍କୀଷଦକଙ୍କେୁ ଦଶମାଂଶ ଦେଲେ, ତା'ର ଅର୍ଥ ଲବେୀ ମଧ୍ଯ ତାହା ଦେଲେ।
10 ଲବେୀ ସେ ପର୍ୟ୍ଯନ୍ତ ଜନ୍ମ ନ ହାଇେଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷଦକଙ୍କେୁ ଭଟେିବା ସମୟରେ ଲବେୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀର ରେ ଥିଲେ।
11 ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।
12 ଯେତବେେଳେ ଯାଜକର ପରିବର୍ତ୍ତନ ହୁଏ ସତେ ବେଳେ ବ୍ଯବସ୍ଥାର ମଧ୍ଯ ପରିବର୍ତ୍ତନ ଆବଶ୍ଯକ ହାଇେଥାଏ।
13 ଆମ୍ଭେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟ ରେ କହୁଛୁ। ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଥିଲେ। ସହେି ଗୋଷ୍ଠୀର କହେି କବେେ ହେଲେ ଆଗରୁ ଯାଜକ ଭାବେ ବଦେୀ309 ରେ ସବୋ କରି ନ ଥିଲେ।
14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।
15 ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକ ଅଛନ୍ତି।
16 ସେ କୌଣସି ଗୋଷ୍ଠୀର ବ୍ଯବସ୍ଥା ଦ୍ବାରା ଯାଜକ ହାଇେ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ।
17 ଶାସ୍ତ୍ର ରେ ତାଙ୍କ ବିଷୟ ରେ କୁହାୟାଇଛି : "ତୁମ୍ଭେ ମଲ୍କୀଷଦକଙ୍କେ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।"310
18 ପୂର୍ବ ବ୍ଯବସ୍ଥା ଦୁର୍ବଳ ଓ ବ୍ଯର୍ଥ ହାଇେଥିବାରୁ ଲୋପ କରି ଦିଆ ହେଲା।
19 ମାଶାଙ୍କେ ବ୍ଯବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ ରେଷ୍ଠତର ଭରସା ରେ ଆମ୍ଭେ ପରମେଶ୍ବରଙ୍କ ପାଖକୁ ଆସି ପାରିବା।
20 ଯୀଶୁଖ୍ରୀଷ୍ଟଙ୍କୁ ମହାୟାଜକ କଲା ବେଳେ, ପରମେଶ୍ବର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ବପୂର୍ଣ୍ଣ ଅଟେ। ଯେତବେେଳେ ଅନ୍ୟମାନେ ଯାଜକ ହାଇେଥିଲେ, ସେତବେେଳେ କୌଣସି ଶପଥ ହାଇେ ନ ଥିଲା।
21 କିନ୍ତୁ ପରମେଶ୍ବରଙ୍କ ଶପଥ କରିଥିବା ହତେୁରୁ ଯୀଶୁ ଯାଜକ ହାଇେଥିଲେ। ପରମେଶ୍ବର କହିଥିଲେ :
22 ଏହାର ଅର୍ଥ ହେଲା ଯେ ସହେି ପ୍ରକା ରେ ପରମେଶ୍ବରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମିନ୍-ଦାର।
23 ଆହୁରି ମଧ୍ଯ ଯେତବେେଳେ ସହେି ଅନ୍ୟ ଯାଜକମାନେ ମରିଗଲେ, ସମାନେେ ଆଉ ଯାଜକ ହାଇେ ରହି ପାରିଲେ ନାହିଁ। ଏଥିପାଇଁ ସହେି ଯାଜକମାନଙ୍କ ଭିତରୁ ଅନକେ ସଠାେରେ ଥିଲେ।
24 କିନ୍ତୁ ଯୀଶୁ ଅମର। ସେ କବେେ ହେଲେ ଯାଜକ ସବୋରୁ ଅବ୍ଯାହତି ହବେେ ନାହିଁ।
25 ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।
26 ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।
27 ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।
28 ବ୍ଯବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ଯକୁ ମହାୟାଜକ ପଦ ରେ ନିୟୁକ୍ତ କଲେ। ପରମେଶ୍ବର ଯେଉଁ ଶପଥ ବ୍ଯବସ୍ଥା ପରେ କରିଥିଲେ, ତଦ୍ଦ୍ବାରା ପରମେଶ୍ବରଙ୍କ ପୁତ୍ର ଅନନ୍ତକାଳ ପର୍ୟ୍ଯନ୍ତ ମହାୟାଜକ ପଦ ରେ ନିୟୁକ୍ତି ପାଇଲେ।




ଅଧ୍ୟାୟ 8

1 ଆମ୍ଭେ ଯାହା କିଛି କହୁଛୁ, ତାର ସାର ମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାୟାଜକ ଅଛନ୍ତି, ଯେ ସ୍ବର୍ଗର ପରମେଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍‌ବ ରେ ବସି ଅଛନ୍ତି।
2 ଆମ୍ଭର ମହାୟାଜକ ମହାପବିତ୍ର ସ୍ଥାନ311 ରେ ସବୋ କାର୍ୟ୍ଯ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନ ରେ ନୁହେଁ, ମାତ୍ର ପରମେଶ୍ବରଙ୍କ ଦ୍ବାରା ନିର୍ମିତ ସହେି ଉପାସନା ସ୍ଥଳ ରେ ସବୋ କରନ୍ତି।
3 ପରମେଶ୍ବରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରେତ୍ୟକକ ମହାୟାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାୟାଜକ ମଧ୍ଯ ପରମେଶ୍ବରଙ୍କୁ କିଛି ଉତ୍ସର୍ଗ କରିବା କଥା।
4 ଯଦି ଆମ୍ଭର ମହାୟାଜକ ପୃଥିବୀ ରେ ଏବେ ଜୀବିତ ଥାଆନ୍ତେ, ତା' ହେଲେ ସେ ଯାଜକ ହାଇେ ପାରି ନ ଥାନ୍ତେ। ମାରେ କହିବାର କାରଣ ବ୍ଯବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି।
5 ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତ ରେ ସ୍ବର୍ଗ ରେ ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। ସେଥିପାଇଁ ମାଶାେ ତମ୍ମୁ312 ନିର୍ମାଣ କରିବାକୁ ଗଲା ବେଳେ ପରମେଶ୍ବର ତାହାଙ୍କୁ ଚତାବେନୀ ଦଇେ କହିଥିଲେ : "ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦଖାଇେ ଥିଲି, ତଦନୁସା ରେ ସମସ୍ତ ନିର୍ମାଣ କର।"313
6 କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
7 ଯଦି ପ୍ରଥମ ନିୟମ ରେ କୌଣସି ଦୋଷ ନ ଥାନ୍ତା ତା' ହେଲେ ସଠାେରେ ଦ୍ବିତୀୟ ନିୟମର ଆବଶ୍ଯକତା ନ ଥାନ୍ତା।
8 କିନ୍ତୁ ପରମେଶ୍ବର ଲୋକମାନଙ୍କଠା ରେ ତୃଟି ଦେଖିଲେ। ପରମେଶ୍ବର କହିଲେ :
9 ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ ସେ ଅନୁସାରେ ହବେ ନାହିଁ। ସହେି ନିୟମ ମୁଁ ସମାନଙ୍କେର ହାତ ଧରିଲା ବେଳେ ଓ ମିଶର ଦେଶରୁ ଆଣିଥିଲା ବେଳେ କରିଥିଲି। ପ୍ରଭୁ କୁହନ୍ତି : ମୁଁ ଦଇେଥିବା ଚୁକ୍ତି ସମାନେେ ପାଳନ କରିବା ବନ୍ଦ କରି ଦେଲେ, ଓ ମୁଁ ନିଜକୁ ସମାନଙ୍କେଠାରୁ ଦୂ ରଇେ ଆଣିଲି।
10 ଏହି ନୂତନ ନିୟମଟି ମୁଁ ଇଶ୍ରାୟେଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ଯତ ରେ କରିବି ପ୍ରଭୁ କୁହନ୍ତି : ମୁଁ ସମାନଙ୍କେ ମନ ରେ ଆପଣା ବ୍ଯବସ୍ଥା ଦବେି ସମାନଙ୍କେ ହୃଦୟ ରେ ସହେିସବୁ ଲେଖିବି। ମୁଁ ସମାନଙ୍କେ ପରମେଶ୍ବର ହବେି, ଓ ସମାନେେ ମାରେ ଲୋକ ହବେେ।
11 ଏହାପରେ ପୁନର୍ବାର କହେି ନଜ ଭାଇ ବା ପରମେଶ୍ବରଙ୍କ ଅନ୍ଯଲୋକମାନଙ୍କୁ ଶିକ୍ଷା ଦବେେ ନାହିଁ କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ଯକ ହବେ ନାହିଁ, କାହିଁକି ? କାରଣ ସାନଠାରୁ ବଡ଼ ପର୍ୟ୍ଯନ୍ତ ସମାନେେ ସମସ୍ତେ ମାେତେ ଜାଣିବେ।
12 ଓ ମାେ ବିରୁଦ୍ଧ ରେ କରିଥିବା ଦୋଷ ସବୁ ମୁଁ କ୍ଷମା କରି ଦବେି, ଏବଂ ମୁଁ ସମାନଙ୍କେ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ।" ୟିରିମିୟ 31:31-34
13 ପରମେଶ୍ବର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହାଇଯୋଇଛି, ତାହା ଅତିଶୀଘ୍ର ଲୋପ ପାଇୟିବ।




ଅଧ୍ୟାୟ 9

1 ପ୍ରଥମ ନିୟମ ରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ଯ ଥିଲା।
2 ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତ ରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗ ରେ ଦୀପ, ମଜେ ଓ ତହିଁ ଉପରେ ପରମେଶ୍ବରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ 'ପବିତ୍ର ସ୍ଥାନ'314 ବୋଲି କୁହା ଯାଇଥିଲା।
3 ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।
4 ଏଠା ରେ ସୁଗନ୍ଧିତ ଦ୍ରବ୍ଯ ପୋଡ଼ିବା ପାଇଁ ଗୋଟିଏ ସୁନାର ବଦେୀ ଥିଲା। 'ପୁରାତନ ନିୟମ315 ଗୋଟିଏ ପବିତ୍ର ବାକ୍ସ ଭିତ ରେ ଥିଲା। ବାକ୍ସ ସୁନା ରେ ତିଆରି ହାଇେଥିଲା। ସହେି ବାକ୍ସ ଭିତ ରେ ସୁନା ରେ ତିଆରି ମାନ୍ନା316 ରଖା ହାଇେଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହାଇେ ପତ୍ର କଅଁଳି ଥିଲା ମଧ୍ଯ ଥିଲା। ସହେି ବାକ୍ସ ରେ ପୁରାତନ ନିୟମର ଦଶଆଜ୍ଞା ଲଖାେଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା।
5 ବାକ୍ସ ଉପରେ କିରୁବ ସ୍ବର୍ଗଦୂତଗଣ ପରମେଶ୍ବରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ 'ଦୟାର ଆସନ'317 ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟ ରେ କହି ପାରିବୁ ନାହିଁ।
6 ମାରେ କହିବା ଅନୁଯାଯୀ ସହେି ତମ୍ବୁ ରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କର୍ୟ୍ଯ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି।
7 କିନ୍ତୁ ଦ୍ବିତୀୟ ବଖରା ଭିତରକୁ କବଳେ ବର୍ଷ ରେ ଥରେ ମହାୟାଜକ ଯାଇ ପାରୁଥିଲେ। ମହାୟାଜକ ଉତ୍ସର୍ଗ କରିବାର ରକ୍ତ ନ ନଇେ କଦାପି ସଠାେରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସହେି ରକ୍ତ ପରମେଶ୍ବରଙ୍କୁ ଅର୍ପଣ କରୁଥିଲେ।
8 ଏତଦ୍ବାରା ପବିତ୍ର ଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ୟ୍ଯନ୍ତ ଅତିପବିତ୍ର ସ୍ଥାନ ରେ ପ୍ରବେଶ କରିବାର ପଥ ଖାେଲା ହାଇେ ନାହିଁ।
9 ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ବରୂପ। ଏହା ସୂଚାଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ବରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ବାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହାଇପୋ ରେ ନାହିଁ। ଉକ୍ତ ବଳି ହତେୁ ସେ ସିଦ୍ଧିଲାଭ କରିପା ରେ ନାହିଁ।
10 ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।
11 କିନ୍ତୁ ଏବେ ଖ୍ରୀଷ୍ଟ ମହାୟାଜକ ରୂପେ ଆସିଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ଆମ୍ଭ ପାଖ ରେ ଥିବା ସମସ୍ତ ଉତ୍ତମ ବିଷୟର ମହାୟାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁ ରେ ଆପଣା ସବୋକାର୍ୟ୍ଯ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ ରେଷ୍ଠ ସ୍ଥଳ ରେ ସବୋକାର୍ୟ୍ଯ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାନେ ତିଆରି କରି ନାହାଁନ୍ତି।
12 ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ରେ ଛଳେି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘନେି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।
13 ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।
14 ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।
15 ଅତଏବ, ପରମେଶ୍ବରଙ୍କ ପାଖରୁ ଯୀଶୁଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ଯ ଯେପରି ପରମେଶ୍ବରଙ୍କ ଦ୍ବାରା ଆହୂତ ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହବେେ। ସମାନେେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳ ରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିବାଦ ରେ ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ।
16 ଯେତବେେଳେ ଜଣେ ଲୋକ ମୃତ୍ଯୁବରଣ କରେ ସେ ଗୋଟିଏ ଉଇଲ୍ ଛାଡ଼ି ଯାଏ। କିନ୍ତୁ ଲୋକେ ସହେି ଲୋକଜଣକର ମୃତ୍ଯୁ ପ୍ରମାଣିତ କରିବା ଉଚିତ୍।
17 ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା ହେଲେ ସହେି ଉଇଲ୍ଟି କାର୍ୟ୍ଯକାରୀ ହାଇେ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇଲ୍ଟି ଲାଗୁ ହାଇେ ପାରିବ।
18 ପରମେଶ୍ବର ଓ ଲୋକଙ୍କ ମଧିଅରେ ହାଇେଥିବା ପ୍ରଥମ ନିୟମ ଠିକ୍ ସହେିଭଳି। ପ୍ରଥମ ନିୟମ ମଧ୍ଯ ରକ୍ତଦ୍ବାରା କାର୍ୟ୍ଯକାରୀ ହାଇେଥିଲା।
19 ପ୍ରଥମ ରେ, ବ୍ଯବସ୍ଥାର ପ୍ରେତ୍ୟକକ ଈଶ୍ବରୀୟ ଆଜ୍ଞା ମାଶାେ ଲୋକମାନଙ୍କୁ କହିଥିଲେ। ତା'ପରେ ମାଶାେ ବାଛୁରୀଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡ଼ାଳଟିଏ ନଇେ ଜଳ ମିଶ୍ରିତ ରକ୍ତ ବ୍ଯବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ।
20 ତା'ପରେ ମାଶାେ କହିଲେ, " ଯେଉଁ ନିୟମଗୁଡ଼ିକୁ ପରମେଶ୍ବର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦଇେଛନ୍ତି, ସହେି ନିୟମର ରକ୍ତ ଏହି।"
21 ମାଶାେ ପବିତ୍ର ତମ୍ବୁ ଉପରେ ସହେି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ଯକ ହେଉଥିବା ପ୍ରେତ୍ୟକକ ବସ୍ତୁ ଉପରେ ମଧ୍ଯ ସେ ସହେି ରକ୍ତ ଛିଞ୍ଚିଲେ।
22 ବ୍ଯବସ୍ଥା କୁ ହେ ଯେ, ପ୍ରେତ୍ୟକକ ବସ୍ତୁ ରକ୍ତ ଦ୍ବାରା ଶୁଦ୍ଧ ହାଇେ ପାରିବ। ଓ ବିନା ରକ୍ତ ରେ ପାପଗୁଡ଼ିକୁ କ୍ଷମା କରା ଯାଇ ପାରିବ ନାହିଁ।
23 ସ୍ବର୍ଗସ୍ଥ ବିଷୟଗୁଡ଼ିକର ପ୍ରତିକୃତିଗୁଡିକ ପଶୁବଳି ଦ୍ବାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ବର୍ଗସ୍ଥ ବିଷୟ ରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର।
24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନଷ୍ଯ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ବର୍ଗ ଭିତରକୁ ଗଲେ।
25 ବର୍ତ୍ତମାନ ସେ ମଧ୍ଯ ଆମ୍ଭକୁ ସାହାୟ୍ଯ କରିବା ପାଇଁ ସଠାେରେ ପରମେଶ୍ବରଙ୍କ ଆଗ ରେ ଅଛନ୍ତି। ମହାୟାଜକ ମହାପବିତ୍ର ସ୍ଥାନ ରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନଇେ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାୟାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସଭେଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ବର୍ଗ ରେ ପ୍ରବେଶ କରି ନ ଥିଲେ।
26 ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
27 ପ୍ରେତ୍ୟକକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଚାର ହୁଏ।
28 ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।




ଅଧ୍ୟାୟ 10

1 ବ୍ଯବସ୍ଥା ଆମ୍ଭକୁ ଭବିଷ୍ଯ ରେ ଘଟିବାକୁ ଥିବା ଉତ୍ତମ ବିଷୟଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ଯବସ୍ଥା ପ୍ରକୃତ ବିଷୟଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ଯବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁ ହେ। ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସହେି ବଳି ସମର୍ପଣ କାର୍ୟ୍ଯ କରି ଚାଲିଥାନ୍ତି। କିନ୍ତୁ ବ୍ଯବସ୍ଥା କବେେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।
2 ଯଦି ବ୍ଯବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥାନ୍ତା ତା' ହେଲେ ସହେି ବଳିଗୁଡ଼ିକ ବନ୍ଦ ହାଇେ ଯାଇ ସାରିଥାଆନ୍ତା। ସହେି ଲୋକମାନେ ମଧ୍ଯ ପାପରୁ ଶୁଦ୍ଧ ହାଇଯୋଇ ସାରିଥାନ୍ତେ। ସମାନେେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥାନ୍ତେ। କିନ୍ତୁ ବ୍ଯବସ୍ଥା କଦାପି ତାହା କରି ପାରିବ ନାହିଁ।
3 ସମାନେେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସମାନଙ୍କେୁ ସମାନଙ୍କେର ପାପଗୁଡ଼ିକ ସ୍ମରଣ କରାଇ ଦିଏ।
4 ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛଳେିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି।
5 ଅତଏବ ଯେତବେେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ :
6 ହାମବେଳି ଓ ପାପାର୍ଥକ ବଳି ରେ ତୁମ୍ଭେ ଖୁସି ହୁଅ ନାହିଁ। ବଳି ଦ୍ବାରା ପାପହରଣ କଥାର ମଧ୍ଯ ତୁମ୍ଭେ ଖୁସି ନୁହଁ।
7 ତା'ପରେ ମୁଁ କହିଲି : 'ପରମେଶ୍ବର ମୁଁ ଅଛି ଏଠା ରେ ବ୍ଯବସ୍ଥା ପୁସ୍ତକରେ ମାେ ବିଷୟ ରେ ଲଖାେ ଅଛି। ତୁମ୍ଭେ ଚାହିଁ ଥିବା କାର୍ୟ୍ଯଗୁଡ଼ିକ ମୁଁ କରିବା ପାଇଁ ଆସିଛି।"' ଗୀତସଂହିତା 40:6-8
8 ଏହି ଶାସ୍ତ୍ର ରେ ସେ ପ୍ରଥମେ କହିଥିଲେ, "ତୁମ୍ଭେ ବଳି ଓ ନବୈେଦ୍ଯମାନ ଚାହଁ ନାହିଁ। ତୁମ୍ଭେ ହାମବେଳି ଦ୍ବାରା ବା ପାପହରଣ ହବୋ ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ବାରା ପ୍ରସନ୍ନ ହୁଅ ନାହିଁ।" ବ୍ଯବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ।
9 ତା'ପରେ ସେ କହିଲେ "ପରମେଶ୍ବର, ମୁଁ ଏଠା ରେ ଅଛି। ମୁଁ ତୁମ୍ଭେ ଚାହୁଁଥିବା କାମ କରିବା ପାଇଁ ଆସିଛି।" ଅତଏବ ପରମେଶ୍ବର ତାହାଙ୍କର ପ୍ରଥମ ବଳିଦାନ ପ୍ରଥା ସମାପ୍ତ କରି ନୂତନପ୍ରଥା ଆରମ୍ଭ କଲେ।
10 ପରମେଶ୍ବର ଚାହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ବାରା ତାହାଙ୍କ ଶରୀରର ବଳିଦାନ ହତେୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ୟ୍ଯାପ୍ତ ହେଲା ଭଳି ଥରମାେତ୍ର ସହେି ବଳିଦାନ କଲେ।
11 ଯାଜକମାନେ ପ୍ରତିଦିନ ଠିଆ ହାଇେ ସମାନଙ୍କେର ଧାର୍ମିକ ସବୋ କାର୍ୟ୍ଯ କରନ୍ତି। ସହେି, ସମାନ ବଳିଗୁଡ଼ିକ ସମାନେେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସହେିଭଳି ବଳି କବେେ ହେଲେ ପାପହରଣ କରି ପା ରେ ନାହିଁ।
12 ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରି ଥିଲେ, ଓ ସହେି ବଳିଦାନ ସବୁଦିନ ପାଇଁ ପର୍ୟ୍ଯାପ୍ତ ଅଟେ।
13 ତା'ପରେ ଖ୍ରୀଷ୍ଟ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ। ସଠାେରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷା ରେ ଅଛନ୍ତି।
14 ମାତ୍ର ଗୋଟିଏ ବଳିଦାନ ଦ୍ବାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରି ଦେଲେ। ସହେି ଲୋକମାନଙ୍କୁ ପବିତ୍ର କରାଯାଇଛି।
15 ପବିତ୍ର ଆତ୍ମା ମଧ୍ଯ ଆମ୍ଭକୁ ଏହା ବିଷୟ ରେ କୁହନ୍ତି। ପ୍ରଥମ ରେ ସେ କୁହନ୍ତି :
16 "ପ୍ରଭୁ କହିଲେ, ଭବିଷ୍ଯତ ରେ ମାେ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ହୃଦୟ ରେ ରଖିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ମନ ରେ ଲେଖିବି।" ୟିରିମିୟ 31:33
17 ଏହା ମଧ୍ଯ କୁହନ୍ତି :
18 ଓ ଏହିସବୁଗୁଡ଼ିକୁ କ୍ଷମା କରି ଦିଆଗଲା ପରେ, ଆଉ ପାପଗୁଡ଼ିକ ପାଇଁ ବଳିଦାନର କୌଣସି ଆବଶ୍ଯକତା ନାହିଁ।
19 ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।
20 ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।
21 ପରମେଶ୍ବରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ଯ ଜଣେ ମହାୟାଜକ ଅଛନ୍ତି।
22 ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।
23 ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗ ରେ ବ୍ଯକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ବରଙ୍କଠା ରେ ବିଶ୍ବାସ କରିପାରିବା।
24 ଆମ୍ଭେ ପରସ୍ପର ବିଷୟ ରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।
25 କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍ଭେ ସପରେି ଏକାଠି ମିଳିତ ହବୋ ବନ୍ଦ କରିବା ଉଚିତ୍ ନୁହେଁ। ତା' ପରିବର୍ତେ, ସହେି ଦିନଟି ନିକଟତର ହେଉଛି ଦେଖି ଆମ୍ଭମାନେେ ଏକାଠି ମିଳିତ ହାଇେ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
26 ସତ୍ଯକୁ ଜାଣିଲା ପରେ ମଧ୍ଯ ଯଦି ଆମ୍ଭେ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।
27 ଆମ୍ଭେ ଯଦି ପାପ କରି ଚାଲୁଥିବା, ତା ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଚାରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ବରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି।
28 ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।
29 ତା' ହେଲେ ଯେଉଁ ଲୋକ ପରମେଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା'ପାଇଁ କଣ ଦଣ୍ଡବିଧାନ ହବୋ ଉଚିତ ? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି ଯେଉଁଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସହେି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ କାରଣ ସହେି ରକ୍ତ ସହେି ଲୋକକୁ ଥରେ ପବିତ୍ର କରିଥିଲା।
30 ଆମ୍ଭେ ଜାଣୁ ଯେ, ପରମେଶ୍ବର କହିଥିଲେ : "ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦବେି, ମୁଁ ତାହାଙ୍କୁ ପ୍ରତିଦାନ ଦବେି।"318 ପରମେଶ୍ବର ଆହୁରି ମଧ୍ଯ କହିଥିଲେ : "ପ୍ରଭୁ ତାହାଙ୍କ ଲୋକଙ୍କର ବିଚାର କରିବେ।" 319
31 ଜୀବନ ପରମେଶ୍ବରଙ୍କ ହାତ ରେ ଜଣେ ପାପୀ ପଡ଼ିୟିବା, ଗୋଟିଏ ଭୟଙ୍କର କଥା।
32 ପ୍ରଥମଥର ସତ୍ଯ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନକେ ପ୍ରକାରର ଯାତନା ସହିତ ତୁମ୍ଭମାନେ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭମାନେେ ଦୃଢ଼ ରହିଥିଲ।
33 ସେତବେେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନକେ ଲୋକଙ୍କ ଆଗ ରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। େ ବେଳବେଳେ ଏହି ଭଳି ଖରାପ ବ୍ଯବହାର ମଧ୍ଯ ଦଇେ ଗତି କରୁଥିବା ଲୋକଙ୍କୁ ତୁମ୍ଭମାନେେ ସାହାୟ୍ଯ କଲ।
34 ଯେଉଁମାନେ ବନ୍ଦୀଘ ରେ ରଖା ଯାଇଥିଲେ, ସମାନଙ୍କେର ଅସୁବିଧାଗୁଡ଼ିକରେ ତୁମ୍ଭମାନେେ ଭାଗନଲେ, ଓ ସମାନଙ୍କେୁ ସାହାୟ୍ଯ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନଇେ ୟିବା ପରେ ମଧ୍ଯ ତୁମ୍ଭମାନେେ ଆନନ୍ଦ ରେ ଥିଲ। ତୁମ୍ଭମାନେେ ଆନନ୍ଦ ରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖ ରେ ଯାହା କିଛି ଅଛି ତାହା ଅତ୍ଯଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
35 ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭମାନେେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭମାନେେ ପ୍ରଚୁର ମାତ୍ରା ରେ ପୁରସ୍କାର ପାଇବ।
36 ତୁମ୍ଭମାନେେ ର୍ଧୈୟ୍ଯବାନ ହବୋ ଦରକାର। ପରମେଶ୍ବର ଯାହା ଇଚ୍ଛା କରନ୍ତି, ସହେି ସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭମାନେେ ପାଇବ।
37 ଆଜି ଅଳ୍ପ ସମୟରେ,
38 ଯେଉଁ ଲୋକ ମାେ ସହିତ ଧାର୍ମିକ, ତା'ର ବିଶ୍ବାସ ହତେୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟ ରେ ମୁହଁ ମାେଡ଼େ, ମୁଁ ତା' ଉପରେ ପ୍ରସନ୍ନ ହବେି ନାହିଁ।" ହବକ୍କୂକ୍ 2:3-4
39 କିନ୍ତୁ ଆମ୍ଭେ ସହେି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ବାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସମାନଙ୍କେ ଭଳି ଅଟୁ।




ଅଧ୍ୟାୟ 11

1 ବିଶ୍ବାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।
2 ପ୍ରାଚୀନ କାଳ ରେ, ଲୋକମାନଙ୍କର ଏହି ଭଳି ବିଶ୍ବାସ ଥିଲା ବୋଲି, ପରମେଶ୍ବର ସମାନଙ୍କେ ଉପରେ ପ୍ରସନ୍ନ ଥିଲେ।
3 ବିଶ୍ବାସ ଦ୍ବାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ବର ନିଜ ଆଜ୍ଞା ବଳ ରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟଗୁଡ଼ିକର ସୃଷ୍ଟି ଅଦୃଶ୍ଯ ବିଷୟ ଦ୍ବାରା ହାଇେଛି।
4 କଯିନ ଓ ହବେଲ ଦୁ ହେଁ ପରମେଶ୍ବରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ବାସ ଥିବା ହତେୁ ହବେଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ବର କହିଲେ, ଯେ, ସେ ହବେଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ବରଙ୍କଠା ରେ ହବେଲର ବିଶ୍ବାସ ହତେୁ ତାହାକୁ ଭଲ ଲୋକ ବୋଲି କହିଲେ। ହବେଲ ମରି ଯାଇଛି କିନ୍ତୁ ନିଜ ବିଶ୍ବାସ ହତେୁ ଏବେ ସୁଦ୍ଧା ସେ କଥା କହୁଛି।
5 ବିଶ୍ବାସ ହତେୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କବେବେି ମୃତ୍ଯୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁ ହେ ଯେ, ହନୋକଙ୍କୁ ଉଠାଇ ନଇେ ୟିବା ପୂର୍ବରୁ ସେ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖାଜେି ପାରିଲେ ନାହିଁ, କାରଣ ପରମେଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି ନଇଗେଲେ।
6 ବିଶ୍ବାସ ବିନା ଜଣେ ପରମେଶ୍ବରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ବରଙ୍କ ପାଖକୁ ଆସୁଥିବା ପ୍ରେତ୍ୟକକ ଲୋକ ପରମେଶ୍ବର ଅଛନ୍ତି ବୋଲି ବିଶ୍ବାସ କରିବା ଉଚିତ୍। ୟିଏ ପରମେଶ୍ବରଙ୍କ ପାଖକୁ ଆସିବ ସେ ବିଶ୍ବାସ କରିବା ଦରକାର ଯେ ୟିଏ ପ୍ରକୃତ ରେ ତାହାଙ୍କୁ ଖୋଜେ, ପରମେଶ୍ବର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
7 କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।
8 ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।
9 ପରମେଶ୍ବର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସହେି ସ୍ଥାନ ରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ବାସ ଥିବା ହତେୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁ ରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ଯ
10 ପରମେଶ୍ବରଙ୍କଠାରୁ ସହେି ପ୍ରତିଜ୍ଞା ପାଇଥିଲେ।। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ320 ର ଅପେକ୍ଷା ରେ ଥିଲେ। ପରମେଶ୍ବର ସ୍ବଯଂ ସହେି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।
11 ପିଲାପିଲି ହବୋ ପାଇଁ ଅବ୍ରହାମଙ୍କର ବୟସ ଅଧିକ ହାଇେ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି ହାଇେ ପାରି ନ ଥିଲା। କିନ୍ତୁ ପରମେଶ୍ବରଙ୍କଠା ରେ ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରମେଶ୍ବର ସମାନଙ୍କେୁ ସନ୍ତାନ ହବୋ ପାଇଁ ସକ୍ଷମ କଲେ। ପରମେଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ ରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ବାସ ରଖିଥିଲେ।
12 ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସହେି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ଯ ସନ୍ତାନ ଜନ୍ମଗ୍ରହଣ କଲେ।
13 ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।
14 ଯେଉଁ ଲୋକମାନେ ସହେିଭଳି କଥା ମାନି ନିଅନ୍ତି, ସମାନେେ ସମାନଙ୍କେର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି।
15 ଯଦି ସମାନେେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟ ରେ ଭାବୁ ଥିଲେ, ସମାନେେ ସହେି ସ୍ଥାନକୁ ଫରେିବାକୁ ଗୋଟିଏ ସୁଯୋଗ ଖାଜେି ପାଇ ପାରିଥାଆନ୍ତେ।
16 କିନ୍ତୁ ବାସ୍ତବିକ ସମାନେେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁେଥିଳେ, ଯାହାକି ଗୋଟିଏ ସ୍ବର୍ଗୀୟ ଦେଶ। ତେଣୁ ପରମେଶ୍ବର ସଙ୍କତେ କଲେ ନାହିଁ, ସମାନଙ୍କେର ପରମେଶ୍ବର ଭାବରେ ପରିଚିତ ହବୋ ପାଇଁ। ସହେି ଲୋକମାନଙ୍କ ଲାଗି ପରମେଶ୍ବର ଗୋଟିଏ ନଗର ତିଆରି କରି ରଖିଅଛନ୍ତି।
17 ପରମେଶ୍ବର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ବର କହିଥିଲେ ଯେ, ଇସ୍ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ବାସ ଥିବାରୁ ସେ ତାହା ମାନିଲେ। ପରମେଶ୍ବରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ବର ଅବ୍ରହାମଙ୍କୁ କହି ସାରିଥିଲେ ଯେ, "ଇସହାକଙ୍କ ଦ୍ବାରା ତୁମ୍ଭର ବଂଶଧରମାନେ ଆସିବେ।" କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ବାସ ଥିବାରୁ ଅବ୍ରହାମ ଏପରି କଲେ।
18
19 ଅବ୍ରହାମ ବିଶ୍ବାସ କରିଥିଲେ ଯେ, ପରମେଶ୍ବର ଲୋକମାନଙ୍କୁ ମୃତ୍ଯୁରୁ ଉଠାଇ ଆଣି ପାରିବେ। ପ୍ରକୃତ ରେ ଯେତବେେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲା ବେଳେ ପରମେଶ୍ବର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତବେେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ଯୁରୁ ଫରେି ପାଇଲେ।
20 ବିଶ୍ବାସ କାରଣରୁ ଇସ୍ହାକ, ଯାକୁବ ଓ ଏସୌଙ୍କୁ ସମାନଙ୍କେ ଭବିଷ୍ଯତ ବିଷୟ ରେ ଆଶୀର୍ବାଦ ଦେଲେ।
21 ବିଶ୍ବାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷଫଙ୍କେ ପ୍ରେତ୍ୟକକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ବରଙ୍କୁ ଉପାସନା କଲେ।
22 ବିଶ୍ବାସ ଦ୍ବାରା ହଁ, ନିଜର ଶଷେ ସମୟ ନିକଟ ହବୋ ପୂର୍ବରୁ ଯୋଷଫେ ଇଶ୍ରାୟେଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟ ରେ, ତାହାଙ୍କ ମୃତ୍ଯୁ ପରେ ତାହାଙ୍କୁ କିପରି କବର ଦବେେ, ସେ ବିଷୟ ରେ କହିଥିଲେ।
23 ବିଶ୍ବାସ ଦ୍ବାରା ମୁଁ, ମାଶାଙ୍କେର ମା ଓ ବାପା ମାଶାଙ୍କେୁ ଜନ୍ମ ଦଲୋ ପରେ ତନିମାସ ଧରି ଲୁଚାଇ ରଖିଲେ। କାରଣ ସମାନେେ ଦେଖିଲେ ଯେ ମାଶାେ ସୁନ୍ଦର ଶିଶୁଟିଏ। ସମାନେେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।
24 ମାଶାେ ବଡ଼ ହାଇେ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହବୋ ପାଇଁ ମନା କଲେ।
25 ସେ ପାପର କ୍ଷଣକ ସୁଖଭୋଗ କରିବା ପାଇଁ ଚାହିଁଲେ ନାହିଁ। ତା' ପରିବର୍ତେ ସେ ଈଶ୍ବରଙ୍କ ଲୋକମାନଙ୍କ ସହ୍ଯ ହେଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କଲେ। ନିଜର ବିଶ୍ବାସ ହତେୁ ସେ ଏପରି କଲେ।
26 ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳ ରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମାଶାେ ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ବରଙ୍କ ଦ୍ବାରା ଭବିଷ୍ଯତ ରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।
27 ନିଜ ବିଶ୍ବାସ କାରଣରୁ ମାଶାେ ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କୋରଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ଯ ପରମେଶ୍ବରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ବାସ ରେ ଦୃଢ଼ ଥିଲେ।
28 ମାଶାେ ନିସ୍ତାର ଭୋଜି321 (ପର୍ବ) କରି ଦ୍ବାର ମାନଙ୍କ ରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ଯୁର ଦୂତ ଯେପରି ମରି ପାରିବେ ନାହିଁ, ସେଥିପାଇଁ ମାଶାେ ଏପରି କଲେ। ମାଶାଙ୍କେର ବିଶ୍ବାସ ଥିବାରୁ ସେ ଏପରି କଲେ।
29 ବିଶ୍ବାସଥିବା ହତେୁ ହିଁ ମାଶାଙ୍କେ ନତେୃତ୍ବ ରେ ସମସ୍ତେ ସୁଫସାଗର ମଧ୍ଯ ଦଇେ ଶୁଖିଲା ଭୂଇଁ ଥିଲା ଭଳି ଚାଲିଚାଲି ପାର ହାଇଗେଲେ। ଯେତବେେଳେ ମିଶରଦେଶର ଲୋକେ ସୁଫସାଗର ଦଇେ ୟିବାପାଇଁ ଚେଷ୍ଟା କଲେ ସମାନେେ ବୁଡ଼ି ଗଲେ।
30 ଈଶ୍ବରଙ୍କ ଲୋକମାନଙ୍କ ବିଶ୍ବାସ ହତେୁ ଯିରୀହାେ ନଗରର ପାଚରେୀଗୁଡ଼ିକ ସମାନେେ ସାତଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।
31 ନିଜର ବିଶ୍ବାସ ଦ୍ବାରା, ରାହବ ନାମ୍ନୀ ବେଶ୍ଯା, ଇଶ୍ରାୟେଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ବାଗତ କଲା, ଓ ସମାନଙ୍କେୁ ସାହାୟ୍ଯ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସମାନଙ୍କେ ସହିତ ମୃତ ହେଲା ନାହିଁ।
32 ମୁଁ ଅଧିକ ଆଉ କ'ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି ? ଗିଦିଯୋନ, ବାରାକ, ଶାମ୍ଶୋନ, ୟିପ୍ତାହ ଦାଉଦ, ଶାମୁଯଲେ, ଓ ଭବିଷ୍ଯଦ୍ ବକ୍ତାମାନଙ୍କ ବିଷୟ ରେ କହିବା ପାଇଁ ମାେ ପାଖ ରେ ଅଧିକ ସମୟ ନାହିଁ,
33 ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ବାସ ଥିଲା। ସହେି ବିଶ୍ବାସ ବଳ ରେ ସମାନେେ ସାମ୍ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲେ। ସମାନେ ସମସ୍ତେ ଧାର୍ମିକ କାର୍ୟ୍ଯ କଲେ, ପରମେଶ୍ବରଙ୍କ ପ୍ରତିଜ୍ଞାର ବିଷୟଗୁଡ଼ିକ ପାଇଲେ। ସମାନେେ ନିଜ ବିଶ୍ବାସ ଦ୍ବାରା ସିଂହମାନଙ୍କର ମୁହଁ ବନ୍ଦ କଲେ।
34 ସହେି ବିଶ୍ବାସ ବଳ ରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇଲେ। ବିଶ୍ବାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସମାନେେ ୟୁଦ୍ଧ ରେ ଶକ୍ତିଶାଳୀ ହାଇେ ଶତୃ ସନୋଙ୍କୁ ପରାସ୍ତ କଲେ।
35 ମୃତ୍ଯୁରୁ ଲୋକମାନେ ପୁନଃଜୀବିତ ହାଇେ ପରିବାର ରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସମାନେେ ସ୍ବାଧୀନ ହବୋକୁ ଚାହିଁଲେ ନାହିଁ କାରଣ ସମାନେେ ମୃତ୍ଯୁରୁ ପୁନଃଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହି ସବୁ କାର୍ୟ୍ଯ କରିଥିଲେ।
36 କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।
37 ସମାନଙ୍କେୁ ପଥର ମାରି ଦିଆ ହେଲା, ଓ କରତ ରେ ଦୁଇଫାଳ କରି ଚିରି ଦିଆ ହେଲା। କେତକଙ୍କେୁ ଖଡ୍ଗଦ୍ବାରା ମାରି ଦିଆ ହେଲା। ସମାନଙ୍କେ ଭିତରୁ କେତେ ଜଣ ମଷେ ଓ ଛଳେିର ଚମଡ଼ା ପିନ୍ଧିଲେ। ସମାନେେ ଗରିବ ଥିଲେ, ନିର୍ୟ୍ଯାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ବାରା ମନ୍ଦ ବ୍ଯବହାର ପାଇଲେ।
38 ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। ସମାନେେ ମରୁଭୂମିରେ ଓ ପାହାଡ଼ ରେ ବୁଲିଲେ ଓ ଗୁମ୍ଫା ଏବଂ ଭୂମିରେ ଥିବା ଗାତମାନଙ୍କ ରେ ନିଜକୁ ଲୁଚାଇ ରଖିଲେ।
39 ଏହି ସମସ୍ତ ଲୋକମାନେ ନିଜର ବିଶ୍ବାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କହେି ହେଲ ପରମେଶ୍ବରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ।
40 ପରମେଶ୍ବର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦବୋ ପାଇଁ ଯୋଜନା କରିଥିଲେ। ପରମେଶ୍ବରଙ୍କ ଯୋଜନା ଥିଲା ଯେ, ସମାନେେ କବଳେ ଆମ୍ଭ ସହିତ ପରିପୂର୍ଣ୍ଣ ହବେେ।




ଅଧ୍ୟାୟ 12

1 ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।
2 ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।
3 ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।
4 ତୁମ୍ଭମାନେେ ପାପ ବିରୁଦ୍ଧ ରେ ସଂଗ୍ରାମ କରୁଛ, କିନ୍ତୁ ସହେି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ଯୁର କାରଣ ହାଇପୋରି ନାହିଁ।
5 ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ :
6 ପ୍ରଭୁ ଭଲ ପାଉଥିବା ପ୍ରେତ୍ୟକକ ଲୋକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବରେ ମାନିଥିବା ପ୍ରେତ୍ୟକକ ଲୋକକୁ ସେ ଶାସ୍ତି ଦିଅନ୍ତି।" ହିତାପଦେେଶ
3 :11-12
7 ଅତଏବ ପ୍ରେତ୍ୟକକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତାର ପୁତ୍ର ପ୍ରତି ଯଭେଳି ବ୍ଯବହାର କରେ, ପରମେଶ୍ବର ତୁମ୍ଭମାନଙ୍କ ପ୍ରତି ସପରେି ବ୍ଯବହାର କରନ୍ତି।
8 ପ୍ରେତ୍ୟକକ ପୁତ୍ର ପିତା ଦ୍ବାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭମାନେେ କବେେ ଦଣ୍ଡ ପାଇ ନାହଁ ପ୍ରେତ୍ୟକକ ପୁତ୍ର ଦଣ୍ଡ ପାଇବା ଉଚିତ, ତାହାହେଲେ ତୁମ୍ଭମାନେେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ।
9 ଏହି ପୃଥିବୀ ରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସମାନେେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦଖାଇେଲୁ। ଅତଏବ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।
10 ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସମାନେେ ଯେପରି ଭଲ ଭାବିଲେ, ସହେିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ବର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହବୋପାଇଁ ସାହାୟ୍ଯ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି।
11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳ ରେ, ଦଣ୍ଡ ପାଇବା ଦ୍ବାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।
12 ତୁମ୍ଭମାନେେ ଦୁର୍ବଳ ହାଇଯୋଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।
13 ଧାର୍ମିକ ହାଇେ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହବୋର କାରଣ ହବେ ନାହିଁ, ଓ ତୁମ୍ଭମାନେେ ରକ୍ଷା ପାଇପାରିବ।
14 ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।
15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।
16 ସାବଧାନ ରୁହ ଯେପରି କହେି ହେଲେ ୟୌନ ବ୍ଯଭିଚାର ନ କରେ। ସାବଧାନ ରୁହ ଯେପରି କହେି ଏସେ ୗ ଭଳି ନ ହେଉ। ସେ ପରମେଶ୍ବରଙ୍କ ବିଷୟ ରେ ଚିନ୍ତା କରେ ନାହିଁ। ଏସେ ୗ ଜେଷ୍ଠପୁତ୍ର ଥିଲା, ଓ ସେ ତା' ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥାନ୍ତା। କିନ୍ତୁ ଥରକର ଭୋଜନ ବଦଳ ରେ ସେ ସବୁକିଛି ବିକ୍ରି କରି ଦଲୋ।
17 ତୁମ୍ଭମାନେେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏସେ ୗ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ଯାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।
18 ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।
19 ସଠାେରେ ତୂରୀର ଧ୍ବନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ବନି ନାହିଁ। ଯେତବେେଳେ ଲୋକେ ସେ ଧ୍ବନି ଶୁଣିଲେ, ସମାନେେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।
20 ସମାନେେ ଆଦେଶକୁ ସହି ପାରିଲେ ନାହିଁ : "ଯଦି କିଏ, କୌଣସି ପଶୁ ମଧ୍ଯ ପର୍ବତକୁ ଛୁଏଁ ତା' ହେଲେ ତାହାକୁ ପଥର ଆଘାତ ଦ୍ବାରା ମାରି ଦବୋକୁ ହବେ।"322
21 ସହେି ଲୋକମାନେ ଯାହା ଦେଖିଲେ, ସଗେୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମାଶାେ କହିଥିଲେ : "ମୁଁ ଭୟ ରେ ଥରୁଛି।"323
22 କିନ୍ତୁ ତୁମ୍ଭମାନେେ ସପରେି ଜାଗାକୁ ଆସିନାହଁ। ତୁମ୍ଭମାନେେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସୀଯୋନ ପର୍ବତ।324 ତୁମ୍ଭମାନେେ ଜୀବନ୍ତ ପରମେଶ୍ବରଙ୍କ ନଗରୀକୁ ଆସିଛ, ସ୍ବର୍ଗୀୟ ୟିରୁଶାଲମକୁ ଆସିଛ। ତୁମ୍ଭମାନେେ ଏକତ୍ରିତ ହାଇେଥିବା ଓ ଆନନ୍ଦ ରେ ପରିପୂର୍ଣ୍ଣ ହଜାର ହଜାର ସ୍ବର୍ଗଦୂତଙ୍କ ପାଖ ରେ ଆସି ପହଁଞ୍ଚିଛ।
23 ତୁମ୍ଭମାନେେ ପରମେଶ୍ବରଙ୍କ ପ୍ରଥମଜାତ325 ସନ୍ତାନମାନଙ୍କ ମିଳନ ସ୍ଥଳ ରେ ଆସି ପହଞ୍ଚିଛି। ସମାନଙ୍କେ ନାମ ସ୍ବର୍ଗ ରେ ଲଖାେ ରହିଛି। ସବୁଲୋକଙ୍କର ବିଚାରପତି ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନେେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହାଇେ ସାରିଛନ୍ତି, ସହେିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭମାନେେ ଆସିଛ।
24 ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।
25 ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।
26 ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, "ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।"327
27 "ଆଉ ଥରେ" କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହାଇେଥିଲା, ସେ ସବୁ ନଷ୍ଟ ହାଇେ ୟିବ। ସହେିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସଗେୁଡ଼ିକ ରହିବେ।
28 ଅତଏବ, ଆମ୍ଭେ ଧନ୍ଯବାଦ ଦବୋ କଥା ଯେ, ଯେଉଁ ସାମ୍ରାଜ୍ଯ ଆମ୍ଭକୁ ଦିଆ ଯାଇଛି, ତାହା ଟଳମଳ ହାଇେ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ଯବାଦ ଅର୍ପଣ କରିବା ଉଚିତ, ଓ ଏପରି ପଦ୍ଧତି ରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ବରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।
29 କାରଣ ଆମ୍ଭ ପରମେଶ୍ବର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।




ଅଧ୍ୟାୟ 13

1 ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ରଖିଥାଅ।
2 ନିଜ ଘ ରେ ସ୍ବାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାୟ୍ଯ କରିବା କଥା ମନେ ରଖ। କେତବେେଳେ ଏହିପରି କରି ଅଜାଣତ ରେ ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି।
3 ବନ୍ଦୀଘ ରେ ଥିବା ସହେି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭମାନେେ ନିଜେ ମଧ୍ଯ ବନ୍ଦୀଘ ରେ ଥିବା ଭଳି ସମାନଙ୍କେୁ ମନେ ରଖ। ଯେଉଁମାନେ ଯାତନା ପାଉଛନ୍ତି, ସମାନଙ୍କେୁ ମଧ୍ଯ ଭୁଲ ନାହିଁ। ମନେ ରଖ ଯେ, ତୁମ୍ଭମାନେେ ମଧ୍ଯ ସମାନଙ୍କେ ସ୍ଥାନ ରେ ଭବିଷ୍ଯତ ରେ ରହିପାର।
4 ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।
5 ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :
6 ଅତଏବ ଆମ୍ଭେ ନିଃସନ୍ଦହେ ଭାବରେ କହିପାରିବା :
7 ତୁମ୍ଭମାନେେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସମାନେେ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସମାନେେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ଯୁ ଭୋଗ କଲେ ତାହା ମନେ ପକାଅ, ଏବଂ ସମାନଙ୍କେର ବିଶ୍ବାସର ଉଦାହରଣକୁ ଅନୁସରଣ କର।
8 ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।
9 ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।
10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ328 ରେ ସବୋ କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ।
11 ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।
12 ସହେି ଭଳି ଯୀଶୁ ମଧ୍ଯ ସହର ବାହା ରେ ଯାତନା ପାଇଲେ। ନିଜ ରକ୍ତ ଦ୍ବାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ।
13 ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ୟିବା ଉଚିତ। ଆମ୍ଭେ ମଧ୍ଯ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍।
14 ଏହି ପୃଥିବୀ ରେ ଆମ୍ଭର କୌଣସି ଚିରସ୍ଥାଯୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ଯତ ରେ ଆସିବ।
15 ଅତଏବ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କବେେ ହେଲେ ବନ୍ଦ କରିବା ଉଚିତ ନୁହେଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସହେି 'ବଳି' ଅଟେ।
16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କବେେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ବାରା ପରମେଶ୍ବର ପ୍ରସନ୍ନ ହୁଅନ୍ତି।
17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସମାନଙ୍କେର ଅଧୀନ ରେ ରୁହ। ସମାନେେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାଯୀ। ଅତଏବ, ସମାନେେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥାଆନ୍ତି। ସମାନଙ୍କେର ଆଜ୍ଞାପାଳନ କର ଯେପରି ଏହି କାମଟି ସମାନେେ ଖୁସି ମନ ରେ କରିବେ, ଦୁଃଖ ରେ ନୁହେଁ। ସମାନଙ୍କେର କାମ କଠିନ ହେଲେ, ତା'ଦ୍ବାରା ତୁମ୍ଭମାନଙ୍କର କୌଣସି ଲାଭ ହବେ ନାହିଁ।
18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ।
19 ମୁଁ ତୁମ୍ଭମାନଙ୍କୁ ଅନୁ ରୋଧ କରୁଛି, ତୁମ୍ଭମାନେେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ବର ମାେତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶଷେ ଭାବରେ ଚା ହେଁ।
20 ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ୟ୍ଯଗୁଡ଼ିକ ପରମେଶ୍ବର ଆମ୍ଭ ଦ୍ବାରା କରାଉଥାଆନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍ !
21
22 ମାେ ଭାଇ ଓ ଭଉଣୀମାନେ !ମୁଁ କହିଥିବା କଥାଗୁଡ଼ିକୁ ର୍ଧୈୟ୍ଯପୂର୍ବକ ଶୁଣ ବୋଲି ମୁଁ ଅନୁ ରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ।
23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହାଇେ ଅଛନ୍ତି, ଏହା ତୁମ୍ଭମାନେେ ଜାଣ ବୋଲି ମାରେ ଇଚ୍ଛା। ଯଦି ସେ ମାେ ପାଖକୁ ଶୀଘ୍ର ଆସନ୍ତି, ତା' ହେଲେ ଆମ୍ଭେ ଦୁ ହେଁ ତୁମ୍ଭମାନଙ୍କ ଦଖାେ କରିବାକୁ ଆସିବୁ।
24 ସଠାେରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ବରଙ୍କ ଲୋକମାନଙ୍କୁ ଆମର ନମସ୍କା ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ବରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।
25 ପରମେଶ୍ବରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।